Amitabh Wanted To Act In Bahubali But SS Ramajouli Turned Down Amitabh’s Proposal For A Reason!


0

ଅମିତାଭଙ୍କ ଇଚ୍ଛା ସତ୍ୱେ ବାହୁବଳୀ ର ନିର୍ଦେଶକ ଅମିତାଭଙ୍କୁ ଚଳଚିତ୍ର ରେ ନବା ପାଇଁ କଣ ପାଇଁ ମନା କରି ଦେଇଥିଲେ!

ପ୍ରଥମ ଭାରତୀୟ ଚଳଚିତ୍ର ଭାବେ ୧୦୦୦ କୋଟି ର ବ୍ୟବସାୟ କରିଥିବା ବାହୁବଳୀ ର କମାଲ ଏବେ ମଧ୍ୟ ସାରା ବିଶ୍ୱ ରେ ଜାରି ରହିଛି. ତେବେ ଏହି ମେଗା ଚଳଚିତ୍ର ର ଏକ ଅଂଶବିଶେଷ ହେବା ପାଇଁ ନିଜେ ଶତାବ୍ଦୀ ର ମହାନାୟକ ଅମିତାଭ ବଚ୍ଚନ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ତାହା ହେଇ ପାରିନଥିଲା.

କାରଣ ହଉଚି ବାହୁବଳୀ ଚଳଚିତ୍ର ରେ ଅମିତାଭଙ୍କ ଭଳି ଜଣେ ନାୟକ ଙ୍କୁ ନବା ପାଇଁ ନିର୍ଦେଶକ ଏସ ଏସ ରାମାଜୌଲିଙ୍କର ମଧ୍ୟ ଇଛା ଥିବା ସତ୍ୱେ କାହାଣୀ ର କୌଣସି ଭି ଚରିତ୍ର ରେ ଅମିତାଭ ଙ୍କ ପାଇଁ ଖାପ ଖୁଆଇଲା ଭଳି କୌଣସି ରୋଲ ନଥିଲା, ତେଣୁ ରାମାଜୌଲି ନିଜେ ଅମିତାଭ ଙ୍କୁ ମନା କରିଦେଇଥିଲେ. କେବଳ ସେତିକି ନୁହେଁ ‘ରାଜମାତା ଶିବଗାମୀ’ ଙ୍କ ଚରିତ୍ର ପାଇଁ ଯେତେବେଳେ ଶ୍ରୀଦେବୀ ଙ୍କୁ ଅନୁରୋଧ କରାଯାଇଥିଲା, ସେତେବେଳେ ସେ ୬ କୋଟି ତାଙ୍କ ମାଗିଥିଲେ ଯାହା କି ସମ୍ଭବ ନଥିଲା କାରଣ ଚଳଚିତ୍ର ର ବଜେଟ ବହୁତ ବଢି ଯାଇଥିଲା; ଏବଂ ଏହି ରୋଲ ରାମ୍ୟା କ୍ରିଷ୍ଣନଙ୍କୁ ମିଳିଥିଲା.

‘ରାଜମାତା ଶିବଗାମୀ’ ଙ୍କ ଚରିତ୍ର ଏଥିପାଇଁ ଗୁରୁତ୍ୱପୂର୍ଣ ଅଟେ କାରଣ ଶୁଣା ଯାଉଅଛି କି ନିର୍ଦେଶକ ଏସ.ଏସ ରାମାଜୌଲି ବାହୁବଳୀ-୩ ପାଇଁ ଅଣ୍ଟା ଭିଡ଼ିଲେଣି ଯାହାର ପୁସ୍ତକ ‘RISE OF SHIVAGAMI’ ରିଲିଜ ହୋଇ ସାରିଛି.

ବାହୁବଳୀ-୨ ପ୍ରଥମ ଦିନରେ ହିଁ ୧୨୧ କୋଟି କମାଇ କରି ସାରା ଚଳଚିତ୍ର ଜଗତ କୁ ସ୍ତବ୍ଧ କରି ଦେଇଥିଲା, ଏତିକି ନୁହେଁ କେବଳ ଚଳଚିତ୍ର ର କ୍ଳାଇମାକ୍ସ ରେ ହିଁ ୩୦ କୋଟି ରୁ ଉର୍ଧ୍ଵ ଖର୍ଚ ହୋଇଥିଲା|

Also Watch BAHUBALI 2 ODIA Trailer & Don’t Forget To SUBSCRIBE India’s Most Entertaining You Tube Channel
Odisha Shines

SUBSCRIBE


Like it? Share with your friends!

0
odishashines

0 Comments

Your email address will not be published.