Thousands Joined Funeral Of Terrorist While Only Few For The Martyr In Kashmir Valley!

1 min


ଶହୀଦଙ୍କୁ ଗୁଳି କରିଥିବା ଆତଙ୍କବାଦୀର ଶବଦାହ ରେ ହଜାର ହଜାର ଲୋକ ଯୋଗ ଦେଲେ; ଶହୀଦଙ୍କ ଅନ୍ତିମ କ୍ରିୟାରେ କେବଳ ପରିବାର

କାଶ୍ମୀରରେ ଦିନକୁ ଦିନ ପରିସ୍ତିଥି ବିପର୍ଯ୍ୟସ୍ତ ହେଉଥିବା ବେଳେ ଫୁଣିଥରେ ଦେଖିବାକୁ ମିଳିଛି ଆତଙ୍କବାଦୀ ବୁରହାନର ଶେଷକୃତ୍ୟର ଦୃଶ୍ୟ। ଏହା କେବଳ ଲଜ୍ଜାଜନକ ନୁହେଁ, ବରଂ ଚିନ୍ତାଜନକ ମଧ୍ୟ। ଦେଶର ସୁରକ୍ଷା ପାଇଁ ପ୍ରାଣ ହାରିଥିବା ଯବାନ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଛି ହାତ ଗଣତି ଲୋକ ଓ ତାଙ୍କୁ ଗୁଳି କରିଥିବା ଆତଙ୍କବାଦୀ ପାଇଁ ହଜାର ହଜାର ଲୋକ, ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଶ୍ରୀନଗର ଠାରେ।

ଗତ ଶନିବାର ଶ୍ରୀନଗରର ଅନନ୍ତନାଗ ଠାରେ ଏକ ଦୁର୍ଘଟଣା ହୋଇଥିବା ସମୟରେ ଟ୍ରାଫିକକୁ ସମ୍ଭାଳୁଥିଲେ ଶ୍ରୀନଗର ପୋଲିସରେ କାର୍ଯ୍ୟରତ ଅଫିସର ଆଝାର ମେହମୁଦ। ଠିକ ସେଇ ସମୟ ରେ ଫୟାଜ ଅହମଦ ଓ ଅନ୍ୟ କିଛି ଆତଙ୍କବାଦୀ ଆକ୍ରମଣ କରିଥିଲେ ତାଙ୍କ ଉପରେ;ଯେଉଁଥିରେ ୩ଜଣ ସାଧାରଣ ନାଗରିକଙ୍କ ସମେତ ଆଝାର ମେହମୁଦଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ତେବେ ଦକ୍ଷିଣ କାଶ୍ମୀରରେ ଆଝାର ମେହମୁଦଙ୍କର ଅନ୍ତିମ ବିଦାୟରେ ତାଙ୍କର ପରିବାର ଲୋକ ଓ ତାଙ୍କ ସହ କାର୍ଯ୍ୟରତ ପୋଲିସ କର୍ମୀ ଯୋଗ ଦେଇଥିବା ବେଳେ, ମାତ୍ର ୧୦କିମି ଦୂରରେ ଆତଙ୍କବାଦୀ ଫୟାଜ ଅହମଦଙ୍କ ଶେଷାକୃତ୍ୟରେ ଯୋଗ ଦେଇଥିଲେ ହଜାର ହଜାର ଲୋକେ। ଆଝାରଙ୍କର ୨ଜଣ ସନ୍ତାନ ଅଛନ୍ତି ଏବଂ ତାଙ୍କ ମଧ୍ୟରୁ ଜଣେ କେବଳ ୮ ମାସ ର ବୋଲି ଜଣା ପଡିଛି।

Also Watch – Odisha Boy In Worlds TOP International Dancing Show; Surprised The Judges

ବର୍ତମାନ ସୁଧା ସରକାରଙ୍କ ତରଫରୁ କୌଣସି ରାଶି ଘୋଷଣା କରା ଯାଇନଥିବା ବେଳେ ଶ୍ରୀନଗରରେ ଯବାନଙ୍କର ଅପରେସନ ଜାରି ରହିଛି। ତେବେ ମୋଦି ସରକାରଙ୍କର ସମୟରେ ଭାରତର ସୁରକ୍ଷା ଓ ଯବାନ୍ଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ବାରମ୍ବାର ଆକ୍ରମଣ ଓ ସିଜ ଫାୟାର ଉଲଂଘନ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସବୁଠାରୁ ବଡ କଥା କାଶ୍ମୀର ଘାଟି ରେ ଆତଙ୍କବାଦୀଙ୍କ ପ୍ରତି ଜନ ସମର୍ଥନ ଭାରତୀୟ ସେନା ପାଇଁ ଏକ ବଡ ସମସ୍ୟା ହୋଇ ଉପୁଜିଛି।

ଶିବସେନା ମଧ୍ୟ କହିସାରିଛି କି ଏବେ ସମୟ ଆସିଯାଇଛି ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ ଛାଡିକି ‘ଗନ୍ କି ବାତ୍’ କରନ୍ତୁ।


Like it? Share with your friends!

Comments

comments

error: Content is protected !!
Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format